ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କର୍ଲାଜୁରୀ, ସୁଲଦିଆ, ଅଂଚଳରେ ଲୋକଙ୍କ ଘର ପାଖକୁ ଆସିଲା ବଣୁଆ ଦନ୍ତା ହାତୀ l ନିଆଁ ହୁଲା ମାରି ହାତୀକୁ ଘଉଡାଇଲେ ଲୋକେ l ଭିଡିଓ ହେଲା ଭାଇରାଲ l ଆଜି ସନ୍ଧ୍ୟାରେ ଏକ ବଣୁଆ ଦନ୍ତା ହାତୀ ଲଖନପୁର ବ୍ଲକ କର୍ଲାଜୁରୀ, ସୁଲଦିଆ, ଅଂଚଳରେ ଲୋକଙ୍କ ଘର ପାଖକୁ ଆସିଥିବାବେଳେ ଲୋକେ ନିଆଁ ହୁଲା ଫିଙ୍ଗି ଏହାକୁ ଘଉଡାଇଥିବା ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଜି ରାତି ୮ ଟା ୩୦ ରୁ ଭାଇରାଲ ହୋଇଛି l ଅନ୍ୟପଟେ ବନ ବିଭାଗ ହାତୀ ପାଖକୁ ନଯିବା ପାଇଁ ଲୋକଙ୍କୁ ସଚେତନ କରିଥିବାବେଳେ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ସୂଚନା ଦେଇଛି ବନ ବିଭାଗ l