ଲଖନପୁର ବ୍ଲକ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ମନୀଷା କଅଁର ରାଜ୍ୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି l ସେହିପରି, ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ବ୍ଲକ ସ୍ତରରେ ଅନୁଷ୍ଠିତ ବିଜ୍ଞାନ ନାଟକ ଓ ଅଭିନୟ ଭୂମିକା ପ୍ରତିଯୋଗିତାରେ “ନାରୀ ତୁ ଅପରାଜିତା” ଲଘୁ ନାଟକ ପ୍ରସ୍ତୁତ କରି ଦର୍ଶକ ମହଲରୁ ଉଚ୍ଚ ପ୍ରଶଂସା ଲାଭ କରିଥିଲେ । ଏହି ଦଳ ପ୍ରଥମ ସ୍ଥାନ ଅଧିକାର କରି ଏବେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି l ଏଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ