ମଙ୍ଗଳବାର ବିଧାନସଭା ଅଧିବେଶନର ଶୂନ୍ୟକାଳରେ ସୋର ବିଧାୟକ ମାଧବ ଧଡ଼ା ଘଣି ଜାତିକୁ ଅନୁସୂଚିତ ଜାତି ଘୋଷଣା କରିବାକୁ ଦାବୀ କରିଛନ୍ତି।ଆରମ୍ଭରୁ ଘଣି ଜାତି ଅନୁସୂଚିତ ଜାତି (ଏସି) ରହିଥିବା ବେଳେ ୨୦୨୩ ମସିହାରେ ରାଜ୍ୟ ଅନୁସୂଚିତ ଓ ଜନଜାତି ବିଭାଗ ପକ୍ଷରୁ ଘଣି ଜାତିକୁ ପଛୁଆ ବର୍ଗ ଘୋଷଣା କରିଛନ୍ତି। ତେବେ ଘଣି ଜାତିର ଲୋକେ ପାରମ୍ପରିକଭାବେ ଅଦ୍ୟାବଧି ପରିବାର ପ୍ରତିପୋଷଣ ପାଇଁ ମାଛ ଧରି ଚଳି ଆସୁଛନ୍ତି।କିନ୍ତୁ ଅନୁସୂଚିତ ଓଜନଜାତି ବିଭାଗ ଘଣି ଜାତିକୁ ଏସିବିସି ଘୋଷଣା କରିବାରୁ ଅନୁସୂଚିତ ଓ ଜନଜାତି ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗରୁ ଘଣି ଜାତି ବଞ୍ଚିତ ହେଉଛନ୍ତି।