ଝାରଖଣ୍ଡରେ ଅନୁଷ୍ଠିତ ଜୋନାଲ ଲେଭେଲ ବେଣ୍ଡ କମ୍ପିଟିସନରେ ଦ୍ଵିତୀୟ ସ୍ଥାନ ଅଧିକାର କଲେ ବରଗଡ଼ ଜର୍ଜ ହାଇସ୍କୁଲ | ଗୁରୁବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଜର୍ଜ ହାଇସ୍କୁଲ ପକ୍ଷରୁ ଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଯାଇଛି | ଗତ ୧୫ ତାରିଖ ଝାରଖଣ୍ଡରେ ଅନୁଷ୍ଠିତ ହୋଇଥିବା ଜୋନାଲ ଲେଭେଲ ବେଣ୍ଡ କମ୍ପିଟିସନରେ ଝାରଖଣ୍ଡ, ମିଜୋରାମ,ଆସାମ,ତ୍ରିପୁରା,ହିମାଚଳ ସହ ଅନେକ ରାଜ୍ୟର ସ୍କୁଲ ବେଣ୍ଡ ଗ୍ରୁପ ଅଂଶଗ୍ରହଣ କରିଥିବା ବେଳେ ଓଡିଶାରୁ ୪ ଗୋଟି ବେଣ୍ଡ ଗ୍ରୁପ ଅଂଶ ଗ୍ରହଣ କରିଥିଲେ ତେବେ ବରଗଡ଼ ଜର୍ଜ ହାଇସ୍କୁଲ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।