ଧରାକୋଟ: ଗୋଷ୍ଠୀ ସହାୟକ କର୍ମଚାରୀ ଙ୍କ କାର୍ଯ୍ୟରେ ଯୋଗଦାନ, ଧରାକୋଟ ବିଡ଼ିଓ ଙ୍କୁ କାର୍ଯ୍ୟାଳୟ ରେ ସାକ୍ଷାତ କଲେ କର୍ମଚାରୀ
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମିଶନ ଶକ୍ତି ବିଭାଗର ଅଧୀନରେ କାର୍ଯ୍ୟରତ ଗୋଷ୍ଠୀ ସହାୟକ କର୍ମଚାରୀ ବା ସି ଏସ ଏସ ମାନେ 21 ଦିନ ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି କାର୍ଯ୍ୟରେ ଯୋଗଦେବା ସମ୍ପର୍କୀୟ ଏକ ଲିଖିତ ଦାବିପତ୍ର ବ୍ଲକ କାର୍ଯ୍ୟଳୟ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କୁ ବ୍ଲକ ଏମ ବି କେ ସଭାପତି ସ୍ମୃତିରେଖା ନାୟକ,ନମିତା ବେହେରା,ମାଳତୀ ମାଝୀ, ସଂଯୁକ୍ତା ପଟନାୟକ, ସନ୍ଧ୍ୟା ରାଣୀ ସ୍ୱାଇଁ, ବିଷ୍ଣୁ ପ୍ରିୟା ଦଳେଇ,ପଦ୍ମିନୀ ପ୍ରଧାନ,ସୁନୀତା ଜେନା, ଦିପାଞ୍ଜଳି ପାତ୍ର, ମମତା ଗୌଡ଼,ଭାରତୀ ସ୍ୱାଇଁ,ରିଙ୍କି ପ୍ରଧାନ ପ୍ରମୁଖ ମିଳିତ ଭାବରେ ପ୍ରଦାନ କରିଥିଲେ ।