ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀଙ୍କ ଆୟୋଜନରେ ହୋଇଥିବା ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ, ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ଦାସ ଓ ଏବିଡିଓ ରୁଦ୍ର ପ୍ରସାଦ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରରେ ୨୦ଟି ଗ୍ରାମ ପଞ୍ଚାୟତରୁ ୨୦୦ରୁ ଅଧିକ ଦିବ୍ୟାଙ୍ଗ ଯୋଗ ଦେଇଥିବା ବେଳେ ୧୧୭ ଜଣଙ୍କୁ ଉପକରଣ ପାଇଁ ଚିହ୍ନଟ କରାଯାଇଛି। ୨୮ଟି ବସ-ଟ୍ରେନ ଓ ୧୨୧ଟି ଭତ୍ତା ସମ୍ବନ୍ଧୀୟ ପଞ୍ଜିକରଣ ମଧ୍ୟ କରାଯାଇଥ