ବାରକୋଟ ବ୍ଲକ କଲା ଗ୍ରାମ ଗଣେଶ ମଣ୍ଡପ ଠାରେ ଆଜି ଦିନ ପ୍ରାୟ ୨ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମଂଚର ପଂଚାୟତ ସ୍ତରୀୟ ବୈଠକ ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଂଚ ସଭାପତି ପଂଚାନନ ସାହୁ ଏବଂ ପ୍ରବକ୍ତା ହରିହର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନାଗରିକ ମାନେ ସମାଜରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଓ ନିରାକରଣ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ କିଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଂଚି ପାରିବ ସେନେଇ ବିସ୍ତୁତ ଆଲୋଚନା ହୋଇଥିଲା ।