ଦେବଗଡ ଜିଲ୍ଲା ରଙ୍ଗମାଟିଆ ଗ୍ରାମରେ ଆଜି ବାଣ ବିଷ୍ଫୋଟଣରେ ଜଣେ ୯ ବର୍ଷର ନାବାଳକ ଆହତ ହୋଇଥିବା ଜଣାପଡିଛି । ଆହତ ନାବାଳକ ସେହି ଗ୍ରାମର ପୁରୁଷୋତମ ବଣିଚୂଳଙ୍କ ପୁଅ ସାଇଶ୍ରୀ ବଣିଚୂଳ ବୋଲି ଜଣାପଡିଛି । ଆଜି ସନ୍ଧ୍ୟାରେ ଅସାବଧାନତା ଯୋଗୁଁ ବାଣ ବିଷ୍ଫୋରଣରେ ସାଇଶ୍ରୀଙ୍କ ଜଙ୍ଘରେ ଗୁରୁତର ଆଘାତ ଲାଗିଛି । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଭର୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି ।