ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ସହରରେ ଥିବା କାଞ୍ଚନ ଟକିଜ୍ ନିକଟରେ ରବିବାର ସନ୍ଧ୍ୟା ସାଢ଼େ ସାତଟା ବେଳେ ଗୋଟିଏ ବୋଲେରୋ ସହିତ ବାଇକ୍ ଦୁର୍ଘଟଣା ହୋଇଛି। ଯାହା ଫଳରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ହୋଇଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛି।