ବାରଙ୍ଗ: ତ୍ରିଶୂଳିଆ କୁଆଖାଇ ସେତୁରେ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର
Barang, Cuttack | Jun 19, 2024 ମଙ୍ଗଳବାର ବିଳମ୍ବିତ ରାତିରେ ବାରଂଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ କୁଆଖାଇ ନଦୀ ସେତୁ ରେ ଏକ ସଡକ ଦୁର୍ଘଟଣା ଘଟିଛି । କାର ଓ ଟ୍ରକ୍ ଧକ୍କା ହୋଇଥିବା ବେଳେ ଟ୍ରକ୍ ପୋଲ ତଳକୁ ଖସି ପଡ଼ିଛି। ତେବେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତ ଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ବୁଧବାର ପୂର୍ବାହ୍ନ ରେ ବାରଂଗ ଥାନା ପୁଲିସ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିବା ସହ କାର ଓ ଟ୍ରକ୍ କୁ ଜବତ କରିଛି ।