ଅନୁଗୋଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଠାରେ କାର ଧକ୍କା ରେ ଜଣେ ମୃତ, ଜଣେ ଆହତ ହୋଇ ଥିବା ଜଣା ପଡିଛି। ମୃତ ଜଣଙ୍କ ହେଲେ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ଭରତ ରାଉତ ଙ୍କ ପୁଅ ସୂର୍ଯ୍ୟକାନ୍ତ ରାଉତ (୨୫) ଏବଂ ଆହତ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ହେମନ୍ତ ଭୋଇ ଙ୍କ ପୁଅ ଶକ୍ତି ଭୋଇ (୨୦) ବୋଲି ଜଣା ପଡିଛି। ସୂଚନା ଯେ, ସୂର୍ଯ୍ୟକାନ୍ତ ଏବଂ ଶକ୍ତି ପ୍ରତ୍ୟକ ଦିନ ବାଇକ୍ ଯୋଗେ କାମ କରିବା ପାଇଁ ଆସନ୍ତି। ଆଜି ମଧ୍ୟ ମଧ୍ୟ ବାଇକ୍ ଯୋଗେ ଆସି ଘର କୁ ସନ୍ଧ୍ୟା ସମୟରେ ଫେରୁଥିବା ବେଳେ ରନ୍ତଲେଇ ପଛରୁ ଏକ କାର୍ ଧକ୍କା ଦେଇଥିଲେ। ଯାହା ଫଳରେ ଦୁହେଁ ଛିଟିକି ପଡିଥିଲେ।