ବାଲିପାଟଣା: ଗାରେଡିପାଞ୍ଚଣ ଛକ ନିକଟରେ କୁକୁରକୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର, ମେଡିକାଲରେ ଭର୍ତ୍ତି
କୁକୁର ସହ ଧକା କରି ବାଇକ ଆରୋହୀ ଗୁରୁତର। ବାଲିପାଟଣା ବ୍ଲକ ଗାରେଡି ପାଞ୍ଚଣ ଛକ ନିକଟରେ ସୋମବାରଅପରାହ୍ନ ୪ ଟା ସମୟରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ବାଇକ ନେଇ ଯିବା ସମୟରେ ଏକ କୁକୁର ଟି ପସିଯିବାରୁ ବାଇକ ଟି ଭାରସାମ୍ୟ ହରାଇ ପଡିଯାଇଥିଲା। ବାଇକ ଦ୍ରୁତ ଗତିରେ ଥିବାରୁ ବାଇକ ଆରୋହୀ ଙ୍କ ମୁହଁ ଏବଂ ଶରୀର ରେ ଆଘାତ ଲାଗିଛି।