ନୂଆଗାଁ ବ୍ଲକର ପିଏମଶ୍ରୀ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁ ପରିସରରେ ନୂଆଗାଁ ବ୍ଲକସ୍ତରୀୟ ପି.ଏମ ପୋଷଣ ଦିବସ ପାଳିତ ହୋଇଯାଇଛି।ଏଥିରେ ନୂଆଗାଁ ଏବିଇଓ ବନମାଳୀ ମଲ୍ଲୀକ,ସିଡ଼ିପିଓ ସାବିତ୍ରୀ ରଣା, ଅଙ୍ଗନୱାଡି ସୁପରଭାଇଜର ଓ ଅଙ୍ଗନାୱାଡି କର୍ମଚାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଗଣିତ ଶିକ୍ଷକ ଗୋବର୍ଦ୍ଧନ ସମାସୀ ପରିଚାଳନା କରିଥିଲେ।