ଅନୁଗୋଳ: ଅବକାରୀ ବିଭାଗ ପକ୍ଷରୁ କନ୍ଧବେରେଣୀ ଗ୍ରାମରେ ଚଢ଼ାଉ; ସାତ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
Anugul, Angul | Nov 1, 2025 ଆଜି ତାରିଖ - ୦୧/୧୧/୨୦୨୫, ତାଳଚେର ଅବକାରୀ ବିଭାଗ ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଏବଂ ଅନୁଗୋଳ ନମ୍ବର ୧ ଅବକାରୀ ବିଭାଗ ଦ୍ୱାରା କନ୍ଧବେରେଣୀ, ତାଳଚେରରେ ଏକ ମିଳିତ ଚଢାଉ ସମୟରେ ପ୍ରାୟ ୭.୧ ଲକ୍ଷ ମୂଲ୍ୟର ମଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ଚଢ଼ଉ ସମୟରେ, ଅନେକ ବେଆଇନ ମଦ ତିଆରି ୟୁନିଟ୍ ଠାବ କରାଯାଇଛି। ଚଢ଼ଉ ବିବରଣୀ: ୧) ଜବତ ହୋଇଥିବା ଅର୍ଥର ମୂଲ୍ୟ ୭.୧ ଲକ୍ଷ ପ୍ରାୟ ୨)ଅବୈଧ ମଦ- ୭୨୦ ଲିଟର* ୩)ଫର୍ମେଣ୍ଟେଡ୍ ୱାଶ୍- ୮୪୦୦ କିଲୋଗ୍ରାମ ୪) ଯାନବାହନ- ୧ ବାଇକ୍ ୫) ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ।