ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ପରିସରରେ ଉଧାରୀ ଟଙ୍କାକୁ ନେଇ ଜଣେ ମହିଳା ଅବସର ପ୍ରାପ୍ତ ଶିକ୍ଷକଙ୍କୁ କଲାର ଧରୀ ଘୋଷାଡି ମାରିବାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି l ଯାହା ଏବେ ଛେଣ୍ଡିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏପରି ଘଟଣାକୁ ଜଣ ସାଧାରଣ ନିନ୍ଦା ମଧ୍ୟ କରିଛନ୍ତି l ସୂଚନା ଯେ ବାଗଡିଆ ଅଞ୍ଚଳର ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ଦେହୁରୀ ଗତ କାଲୀ ଜରୁରୀ କାମରେ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ଆସିଥିଲେ l ଏହି ସମୟରେ ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳା ହଠାତ ପହଁଚି ଅବସର ପ୍ରାପ୍ତ ଶିକ୍ଷକଙ୍କ କଲାରକୁ ଧରି ଅସଭ୍ୟ ଭାଷାରେ ଗାଳି