ଟିଟିଲାଗଡ: ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା - ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ଟୁକୁନିସାହୁ ଏବଂ ସୁରେନ୍ଦ୍ର ସିଂ ଭୋଇ
ସଇଁତଳାକୁ ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟା ସଇଁତଳା ବନ୍ଦ। ଆଜି ସଇଁତଳା କୁ ଏନଏସସି ମାନ୍ୟତା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସଇଁତଳା ର ବିଭିନ୍ନ ସାମାଜିକ ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି। କିଛି ଜରୁରି କାଳୀନ ସେବା କୁ ବାଦ ଦେଲେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ସମସ୍ତ ଦୋକାନ ବଜାର ବନ୍ଦ ଅଛି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନିଜର ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଏବଂ ବିଜେଡିର ପୂର୍ବତନ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ