ଧନୁପାଲି ଥାନାଞ୍ଚଳରୁ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୁଲିସର ସୁଚନା ଅନୁଯାୟୀ, ଶନିବାର ରାତ୍ରିରେ ଖବର ମିଳିବାରୁ ସ୍ଥାନୀୟ ଫରେଷ୍ଟ ଗେଷ୍ଟ ହାଉସ ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ପୁଲିସ କ୍ଷେତିପଡା ନିବାସୀ ଏମଡି ଫାରଦିନ ଆଲମ (୨୨) ଓ ଭୁତାପଡା ନିବାସୀ ଏମଡି ଇଜହାର ଓରଫ ଏମଡି. ଇବ୍ରାହିମ ଓରଫ କାଲୁ (୩୦) କୁ ଧରି ସେମାନଙ୍କ ନିକଟରୁ ୩୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା । ଏଣୁ ଏକ ମାମଲା ଧନୁପାଲି ଥାନାରେ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ରବିବାର ଅଦାଲତକୁ ଚାଲାଣ କରାଯାଇଛି । ଏଥି ସହ ଏହି ଘଟଣାରେ ସୁନାପାଲି ନିବାସୀ ଏମଡି କାଲୋ, ଏମଡି