ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଳବେରେଣି ଗ୍ରାମ ନିକଟରେ ଦନ୍ତା ହାତୀ ଉପଦ୍ରବ ଦେଖାଦେଇଛି । ସୋମବାର ରାତି ଏକ ଦନ୍ତା ହାତୀ ଗାଁ ନିକରେ ଉପଦ୍ରବ ଜାରି ରଖିଥିବା ସୂଚନା ମିଳିଛି । ରାତି ପ୍ରାୟ ୯ ଟାରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଥିବା ବେଳେ ହାତୀ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଏକଡ ଏକଡ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ହାତୀ ଉପଦ୍ରବ ପାଇଁ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି ।