ଦେବଗଡ: କଣ୍ଢଳ ଠାରେ ପତିତପାବନ ସାହିତ୍ୟ ସଂସଦ ବାର୍ଷିକୋତ୍ସବ, ଯୋଗଦେଲେ ଉପଜିଲ୍ଲାପାଳ
ଦେବଗଡ ଜିଲ୍ଲା କଣ୍ଢଳ ଠାରେ ପତିତପାବନ ସାହିତ୍ୟ ସଂସଦର ୨୦ ତମ ବାର୍ଷିକୋତ୍ସବ ରବିବାର ଦିନ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କଣ୍ଢଳ ପତିତପାବନ ସାହିତ୍ୟ ସଂସଦ ସଭାପତି ଅନିରୁଦ୍ଧ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନବଚନ୍ଦ୍ରମାର ସମ୍ପାଦକ ବୁଦ୍ଧଦେବ ସେଠୀ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେସନ ଅନୁଷ୍ଠିତ ହୋଇଥିବା ବେଳେ ସାହିତ୍ୟ ସମାରୋହ ଆରମ୍ଭ ହୋଇଥିଲା । ଟିକେଶ୍ବର ସାହୁ ବେଦପାଠ ଏବଂ ରମାକାନ୍ତ ପ୍ରଧାନ ସମାରୋହ ସଂଯୋଜନା କରିଥିଲେ ।