ଲାଞ୍ଜିଗଡ: କୁମୁଡାବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନ ପରିସରରେ ଆୟୋଜିତ ହେଲା ବୋଇତ ବନ୍ଦାଣ ଉତ୍ସବ
ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଥୁଆମୁଳ ରାମପୁର ବ୍ଲକ୍ ଅନ୍ତର୍ଗତ କୁମୁଡା ବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନ ପରିସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ଛାତ୍ରୀମାନେ ପ୍ରତିକାତ୍ମକ ଭାବେ ସାଧବ, ସାଧବାଣୀ, ସାଧଵ ଏବଂ ସାଧବ ବୋହୂ ଭାବେ ସଜ୍ଜିତ ହେଇ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ନିକଟସ୍ଥ ନଦୀ କୁ ଯାଇ ବୋଇତ ବନ୍ଦାଣ କରିଥିଲେ। ରାତି ସାଢ଼େ ୮ଟା ଯାଏଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।