ପୁରୀ ମ୍ୟୁନିସିପାଲଟି: ସଦଭାବନା ଗୃହ ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ l
Puri M, Puri | Sep 14, 2025 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୫ ଅନୁଷ୍ଠିତ ସ୍ଥାନୀୟ ଖେଳପଡିଆ ତାଳବଣିଆ ଓ ସଦଭାବନା ସଭାଗୃହ, ପୁରୀ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ, ପୁରୀ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ୨୦୨୫ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ୧୨୦ ଜଣ ପ୍ରତିଯୋଗୀ ୧୨ଟି ବିଭାଗରେ ଅଂଶଗ୍ରହଣ କରିଥିଲେ। ଆଜି ଦିନ 12 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l