ଜରାସିଂହା ଗ୍ରାମରେ ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆଲୋଚନା କଲେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏହା ସହିତ ଅନୁଗୋଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗ୍ରାମ ର ସେବା ସମବାୟ ସମିତି ର ସଭାପତି ଶ୍ରୀ ଧିରେନ ସ୍ୱାଇଁ ଙ୍କ ଦେହାନ୍ତ ଖବର ପ୍ରାପ୍ତ ହୋଇ ମୁଁ ଗଭୀର ଶୋକ ପ୍ରକାଶ କଲେ ସାଂସଦ। ସ୍ବର୍ଗତ ଧିରେନ୍ ସ୍ୱାଇଁ ଙ୍କ ବାସଭବନ ରେ ଅନଗୁଳ ଜ଼ିଲ୍ଲା ସାଧାରଣ ସମ୍ପାଦକ ସୂଦୀପ ଗଡ଼ନାୟକ ଙ୍କ ସହ ପହଂଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ଚରଣ ରେ ବିନମ୍ର ପ୍ରାର୍ଥନା କରିଛନ୍ତି।