ମ୍ୟାନେଜିଂ ଟ୍ରଷ୍ଟୀ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଢେଙ୍କିକୋଟର ସେବାଫାଉଣ୍ଡେସନ୍ ପରିଚାଳିତ ଶ୍ରୀ ଗୁରୁକୁଳ ଶିକ୍ଷାନୁଷ୍ଠାନରେ ସମୂହର ବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ଯମ ବିଦ୍ୟାଳୟର ଅଧ୍ଯକ୍ଷା କିରଣ ବାଳା ସାହୁ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଢ଼େଙ୍କିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସମାଜସେବୀ ଭରତଚନ୍ଦ୍ର ବେହେରା, କମ୍ବୁକାନ୍ତ ଦାସ, ଯୋଗ ଦେଇଥିଲେ ।