ଉଦିତନଗର ଥାନା ସବ୍ ଇନ୍ସପେକ୍ଟର ପି ସାହୁ ସଦଳବଳେ ପେଟ୍ରୋଲିଂ କରୁଥିବା ବେଳେ ବୁଧବାର ମଧ୍ୟାହ୍ନରେ ବାସନ୍ତୀ କଲୋନୀ ଅଞ୍ଚଳର ଅଭିଯୁକ୍ତ ବିଶାଳ ଶଙ୍କର ମହାପାତ୍ର (୪୨) କୁ ଧରିଥିଲେ। ତାଠାରୁ ୭ ଗ୍ରାମ ୪୯୦ ମିଲି ଗ୍ରାମ ହିରୋଇନ୍ ଜବତ୍ କରିଥିଲେ।ଏଥି ସହ ସାମସଙ୍ଗ ଗ୍ଯାଲେକ୍ସୀ ମୋବାଇଲ, ଗୋଟିଏ କଳା ରଙ୍ଗର ଇଲେକ୍ଟ୍ରି ସ୍କୁଟି ଓ ନଗଦ ୬୦୦ ଟଙ୍କା ଜବତ୍ କରି କୋର୍ଟ ଚାଲାଣ କରାଯାଇଛି।