ବାରକୋଟ କାଳୀପୂଜା ମହୋତ୍ସବ ସୋମବାର ସପ୍ତମ ଦିବସରେ ପହଞ୍ଚିଥିବା ବେଳେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା । ଅର୍କେଷ୍ଟ୍ରା ଡ୍ୟାନ୍ସ ଗୃଫ ତରଫରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାତି ପ୍ରାୟ ୧୧ ପର୍ଯ୍ୟନ୍ତ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୀନାବଜାର ପଡିଆ ବୁଲିବା ସହିତ ବିଭିନ୍ନ ଦୋଳି ଏବଂ ଖାଦ୍ୟର ମଜା ଉଠାଇଥିଲେ ହଜାର ହଜାର ଦର୍ଶକ। ସକାଳୁ ସୂର୍ଯ୍ୟପୂଜା, ମା’ଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା ସହିତ ସପ୍ତସତୀ ଚଣ୍ଡୀପଠନ, ହୋମଯଜ୍ଞ ଏବଂ ପୁରୋହୀତଙ୍କର ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇଥିଲା ପୂଜା ମଣ୍ଡପ।