ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଦୋରାସର୍ଲି ଗାଁ ର ଜଣେ ମହିଳା ଅଜଣା ରୋଗରେ ପୀଡିତ। ତାର ଚିକିତ୍ସା ପାଇଁ ଅର୍ଥ ଅଭାବ। ଜୀବନ ମରଣ ସହ ସଂଗ୍ରାମ କରୁଛି। ଏଭଳି ସ୍ଥିତିରେ ମହିଳାଙ୍କ ସ୍ବାମୀ ଦାଦନ ଖଟିବାକୁ ରାଜ୍ୟ ବାହାରେ। ଏଭଳି ଖବର ପବ୍ଲିକ ଆପ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହି ଖବର ଜାଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୈଲ୍ୟ ରୋଗ ବିଶେଷଜ୍ଞ ଡାକ୍ତର ସୁନିଲ କର ମହିଳାଙ୍କ ଚିକିତ୍ସା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ରବିବାର ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।