ବସ୍ତା: କୁଣ୍ଡପୁର ନିକଟରେ ମେଡ଼ିସିନ ହୋଲସେଲ କର୍ମଚାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୁତ୍ତ
Basta, Balasore | Sep 16, 2025 ଆଜି ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ କୁଣ୍ଡପୂର୍ ନିକଟରୁ ଜଣେ ହୋଲସେଲ କର୍ମଚାରୀଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲ ଛଡାଇବା ନେଇ ବସ୍ତା ଥାନା ରେ ଆଜି ରାତି 8ଟା ସମୟରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଘଟଣାର ବିଭିନ୍ନ ଶିଶି ଟିଭି ଚେକ୍ କରିବା ସହିତ ଛାନଭିନ ଜାରି ରଖିଛନ୍ତି। ସୂଚନା ଅନୁସାରେ ହୋଲସେଲ କର୍ମଚାରୀଙ୍କ ଗୌରାଙ୍ଗ ମହାପାତ୍ର ଭୋଗରାଇ ଓ ଜଳେଶ୍ବର ରୁ ବିଭିନ୍ନ ଔଷଧ ଦୋକାନ ରୁ ଟଙ୍କା କଲେକସନ୍ କରି ରୂପସା ଫେରୁଥିବା ବେଳେ ଆଜି ଅପରାହ୍ନ ସମୟରେ ଏକ ଆପାଚି ବାଇକ୍ ପିଛାକରି କୁଣ୍ଡପୁର୍ ନିକଟରେ ଗୌରାଙ୍ଗ ଙ୍କୁ ଅଟକାଇ ତାଙ୍କ ନିକଟରୁ ସତୁରୀ ହଜାର ପଚାଶ ଟଙ୍