ଅନୁଗୋଳ: ବନର ଗ୍ରାମ ନିକଟରେ ଟ୍ରକ ସହ ଆଇଚର୍ ଦୁର୍ଘଟଣାରେ ଜଣେ ମୃତ
Anugul, Angul | May 15, 2025 ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବନର ଗ୍ରାମ ନିକଟରେ ଗୁରୁବାର ସକାଳ ସାଢେ଼ ଦଶଟା ବେଳେ ଗୋଟିଏ ଟ୍ରକ ସହିତ ଆଇଚର୍ ଦୁର୍ଘଟଣା ହୋଇଛି। ଯାହା ଫଳରେ ଜଣେ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଇଚର୍ ଟି ଥଣ୍ଡା ନେଇ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା।