ଗୁଣ୍ଡେରପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ କର୍ଣ ମହାନନ୍ଦ ନାମକ ଜଣେ ବ୍ୟକ୍ତି ଘରକୁ ଯାଉଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ କର୍ଣ ଏକ ଟ୍ରକ ରେ ବାଡେଇ ହୋଇ ଯାଇଥିଲେ l କର୍ଣ ର ମୁଣ୍ଡ ଟ୍ରକ ରେ ବାଜିବା ଫଳରେ ଫାଟିଯାଇ ପ୍ରବଳ ରକ୍ତ ଶ୍ରାବ ହୋଇଥିଲା l ତାଙ୍କୁ ତୁରନ୍ତ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ l ସେପଟେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଫେରାର ହୋଇଯାଇଥିଲା l