ଦେବଗଡ ଜିଲ୍ଲା ହଦମୁଣ୍ଡା ନିକଟ ଚିକ୍କିଣୀ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ବୁଧବାର ରାତି ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକ ଦୁଧିଆନାଳି ଗ୍ରାମର ଆଶେର କୁଜୁର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ରାତି ଆଶେର ଅନ୍ୟ ଜଣେ ଯୁବକଙ୍କ ସହିତ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ହଦମୁଣ୍ଡା ନିକଟ ବୁଲାଣିରେ ପଡି ଯାଇଥିଲେ । ଫଳରେ ଆଶେରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଅନ୍ୟ ଯୁବକ ଜଣକ ଅଳ୍ପକେ ବର୍ତି ଯାଇଥିଲେ ।