ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଖ୍ରିଷ୍ଟିଆନ ଉଚ୍ଚ ବିଦ୍ୟାଳୟ ପଡିଆରେ ଆଜି ସନ୍ଧ୍ୟା ୫ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତାରେ ଦେବଗଡ ଜିଲ୍ଲା ଆମ୍ବଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମନୋଜ କୁମାର ନାୟକ ଉଲ୍ଲେଖନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଦେବଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମନୋଜ ଉକ୍ତ ପ୍ରତିଯୋଗିତାରେ ଦେବଗଡ ପକ୍ଷରୁ ପ୍ରତିନିଧିତ୍ୱ କରି ୪୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରିବାସହ ସ୍ୱର୍ଣ୍ଣପଦକ ହାସଲ କରିଥିବା ଜଣାପଡିଛି ।