ସମ୍ବଲପୁର ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କ୍ରିକେଟ ମ୍ୟାଚର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ l ଆଜି ଏହି ଫାଇନାଲ ମ୍ୟାଚ ରେ ସମଲେଶ୍ୱରୀ ମଣ୍ଡଳ ଓ ଧନୁପାଲି ମଣ୍ଡଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା l ଏହି ଫାଇନାଲ ମ୍ୟାଚ ରେ ଧନୁପାଲି ମଣ୍ଡଳ କୁ ସମଲେଶ୍ୱରୀ ମଣ୍ଡଳ ହରାଇ ଚାମ୍ପିୟନ ହୋଇଥିଲା l ଚାମ୍ପିୟନ ଟିମ କୁ ମୂଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ l