କଟକ ପୌରାଞ୍ଚଳ: ଆଠଗଡ ଥାନା ଅଧୀନରେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ ସଜା ଶୁଣେଇଲେ ପୋକ୍ସୋ କୋର୍ଟ
କଟକ ଜିଲ୍ଲା ଆଠଗଡ ଥାନା ଅଧୀନରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ରାୟ ଶୁଣେଇଛନ୍ତି କଟକ ଜିଲ୍ଳା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଏହା ସହ ୫୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସାମୀ ଦିଲ୍ଲୀପ କୁମାର ସାମନ୍ତରାୟକୁ କୋର୍ଟ ଏହି ସଜା ଶୁଣେଇବା ସହ ପୀଡ଼ିତାକୁ ୭ ଲକ୍ଷ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।