ନର୍ଲା: ଗୁଣପୁରରେ କାଳବୈଶାଖୀର ତାଣ୍ଡବ, ଉଡିଲା ଘର ଟିଣ ଓ ଛାତ
ନର୍ଲା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ଝଡତୋଫାନ, ବଜ୍ରପାତ ଓ ବର୍ଷା ହେବା ଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି।ଅପରାହ୍ନ ୪ଟା ସମୟ ରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା।ଏହି ଝଡତୋଫାନ ଯୋଗୁଁ ଗାଢେ ବନ୍ଦ ପନ୍ଚାୟତ ଅନ୍ତର୍ଗତ ଗୁଣପୁର ଗାଁ ଖେଳ ପଡିଆ ନିକଟସ୍ଥ ହରିଜନ ପଡ଼ାର ନବୀନ ହରିଜନଙ୍କ ଘର ଟିଣ ଚପର ଉଡେଇ ନେ ଯାଇଥିବା ବେଳେ ନବୀନ ଙ୍କ ପରିବାର ବର୍ତ୍ତମାନ ଏକ ଜଙ୍ଗଲ ବିଭାଗ ର ଏକ ଅର୍ଦ୍ଧ ନିର୍ମିତ ଘରେ ଆଶ୍ରୟ ନେଉଥିବା ଜଣାପଡିଛି ସେହି ପରି ,କୁଳମଣି ସାହୁଙ୍କ କିରାନା ଦୋକାନ ଓ ମାର୍କଣ୍ଡ ସାହୁଙ୍କ ଘରର ଟିଣ ଛପର ମଧ୍ୟ ଉଡି ଯାଇଛି।