ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ, ଜଣେ ଅଭିଯୁକ୍ତ କୁ ବରମୁଣ୍ଡା ବସଷ୍ଟାଣ୍ଡ ରୁ ଗିରଫ କଲା ଭରତପୁର ଥାନା ପୋଲିସ
ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ, ଜଣେ ଅଭିଯୁକ୍ତ କୁ ବରମୁଣ୍ଡା ବସଷ୍ଟାଣ୍ଡ ରୁ ଗିରଫ କଲା ଭରତପୁର ଥାନା ପୋଲିସ | ବନ୍ଧାହେଲା ଗୁଜବକାରୀ । ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ । କଟକ ସହରରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପ୍ରଦୀପ ଚନ୍ଦ୍ର ସାହୁ । ଅଭିଯୁକ୍ତକୁ ଗିରଫ କଲା ଭରତପୁର ଥାନା ପୋଲିସ। ଅଭିଯୁକ୍ତର ଘର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା । ଅଭିଯୁକ୍ତ ଜଣଙ୍କ ବାରମ୍ବାର ସୋସିଆଲ ମିଡ଼ିଆରେ ଜାତିଆଣ ଆକ୍ଷେପ ସହ କଟାକ୍ଷ କରୁଥିଲା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା ।