କଣ୍ଟାମାଳ: ଗବଜୋର ବ୍ରିଜ ଛକ ନିକଟରୁ ଦୁଇଟି କାର ସହ ଜବତ 41 କେଜି ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କଲା ଅବକାରୀ ମୋବାଇଲ୍ ସ୍କ୍ୱାଡ
ବୁଧବାର ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ ପକ୍ଷରୁ ମନମୁଣ୍ଡା ଥାନା ଗବଜୋର ତେଲ ନଦୀ ବ୍ରିଜ ଛକ ନିକଟରୁ ଦୁଇଟି କାର ସହ ଜବତ 41 କେଜି ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୁଇଟି ପୃଥକ୍ ମାମଲାରେ ଦୁଇଟି କାର ଜବତ୍ କରିବା ସହ ଉଭୟ ଗାଡିରୁ 41 କେଜି ଗଞ୍ଜେଇ ଜବତ କରା ଯାଇଥିଲା l