ଓଡିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଆଜି ପୂର୍ବାହ୍ନରେ ଅନୁଗୋଳ ସର୍କିଟ ହାଉସ୍ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖତର ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ପରେ ପରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଅୟୋଗ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥ୍ ଉପସ୍ଥିତ ରହି ସହଯୋଗ କରିଥିଲେ । ଆୟୋଗ ତରଫରୁ ୩୧ଟି ମାମଲାରେ ପକ୍ଷମାନଙ୍କୁ ଶିବିର ଅଦାଲତରେ ଉପସ୍ଥିତ ହେବା ନିମନ୍ତେ ନୋଟିସ୍ ଜାରି