ତଲସରା: ଶିକ୍ଷା ବିଭାଗ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କର କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସର ରେ ସୋମବାର ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ଗୋଷ୍ଠୀ ସମ୍ବଳ ଶିକ୍ଷକ ଜଗତପାଲ ସିଂ ନିନା ଙ୍କ ତତ୍ବାବଧାନରେ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହରୋ ମୁଖ୍ୟ ଅତିଥି ଓ ଏବିଇଓ ଚତୁର୍ଭୁଜ ରାଉଡ଼ିଆ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ଏହି ପ୍ରତିଯୋଗିତା ପରିଚାଳନା ରେ ଶିକ୍ଷକ ସତ୍ୟବ୍ରତ ନାଏକ, ମାନସ ରଞ୍ଜନ ପାଣ୍ଡେ ଅଂଶଗ୍ରହଣ କରିଥିଲେ।