ଗୁରୁବାର 2 ଘଣ୍ଟିକା ସମୟରେ ସତ୍ୟବାଦୀ ଥାନାଧିକାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ପାଣିଭଣ୍ଡାର ଛକ ନିକଟରେ ଜଣେ ଦୁର୍ବୃତ୍ତ ବେଆଇନ ମଦ କାରବାର କରୁଛନ୍ତି। ଖବର ପାଇ ଥାନା ଏଏସଆଇ ରମେଶ ଚନ୍ଦ୍ର ନିଶଙ୍କ ଅନ୍ୟ ଷ୍ଟାଫ ମାନଙ୍କୁ ନେଇ ଦୁଇ ଜଣ ସାକ୍ଷୀଙ୍କ ସହିତ ପାଣିଭଣ୍ଡାର ଛକରେ ପହଞ୍ଚି ତଦନ୍ତ କରିଥିଲେ । ସେଠାରେ ଜଣେ ଯୁବକ ଜରି ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ପାଇଥିଲେ। ତା ନିକଟରୁ ସମୁଦାୟ 4 ଲିଟର 500 ମିଲି ମଦ ଜବତ କରି 85/24 ରେ ମାମଲା ରୁଜୁ କରିଛନ୍ତି ।