ଅନୁଗୋଳ: ନାଲକୋରେ ବିଶ୍ୱକର୍ମା ପୂଜା ପାଳନ ନେଇ ପ୍ରତିକ୍ରିୟା ରଖିଲେ କିଶୋର ବେହେରା
Anugul, Angul | Sep 17, 2025 ଆଜି କନ୍ଯା ସଂକ୍ରାନ୍ତି ଅବସରରେ ନାଲକୋରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଅଞ୍ଚଳ ର ବହୁ ଠିକାଦାର, ଶ୍ରମଜିବୀ ଏବଂ ଅନ୍ଯାନ୍ଯ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ | ଦିନ ଏଗାରଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା | ଅପରାହ୍ନ ଗୋଟାଏ ସମୟରେ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ପ୍ରାୟ ୩୫ ବର୍ଷ ହେବ ନାଲକୋ ନଗରେ ବିଶ୍ୱକର୍ମା ପୂଜା ପାଳନ ହେଉଛି।