ବରଗଡ: କଚେରୀ ସ୍ଥିତ ସାମ୍ବାଦିକ ଭବନ ଠାରେ ଅଲ ସୋସିଆଲ ମିଡ଼ିଆ କ୍ରିଏଟର ପକ୍ଷରୁ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ବିଳନୀ
ବରଗଡ଼ ଡିଷ୍ଟ୍ରିକ ଅଲ ସୋସିଆଲ ମିଡ଼ିଆ କ୍ରିଏଟର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ରବିବାର ବରଗଡ଼ର କ୍ରିଏଟର ମାନଙ୍କ ଦ୍ୱାରା ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଆସନ୍ତା 16 ତାରିଖ ନଭେମ୍ବର ମାସରେ ପ୍ରଥମ ଥର ପାଇଁ ବରଗଡ଼ରେ କ୍ରିଏଟର ମାନଙ୍କ ଏକ ଗେଟ ଟୁ ଗେଦର କାର୍ଯ୍ୟକ୍ରମ ହେବ ତେବେ 5000 ରୁ ଉର୍ଦ୍ଧ ଫୋଲୋଅର୍ସ ଥିବା କ୍ରିଏଟର ମାନେ ଏହି କାର୍ଯ୍ୟକ୍ରମରେ 500 ଟଙ୍କା ଦେଇ ଯୋଗଦେଇପାରିବେ ବୋଲି ଜଣାଯାଇଛି