ରାମଚନ୍ଦ୍ରପୁର ଥାନା ଗଁପୁର ପଞ୍ଚାୟତ ବରାଙ୍ଗ ଆଦିବାସୀ ବସ୍ତିରେ ପୋଲିସର ଚଢାଉ, ଶହେ ଲିଟର ରୁ ଉର୍ଦ୍ଧ ମହୂଲି ମଦ ସହ ପୋଚ ନଷ୍ଟକଲା ରାମଚନ୍ଦ୍ରପୁର ପୋଲିସ। ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ନେତୃତ୍ବରେ ଆଜି ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମରେ ପ୍ରସ୍ତୁତ ହେଉଥିବା ବେଆଇନ ମହୁଲି ମଦ ଭାଟି ଉପରେ ଅଚାନକ ଚଢାଉ କରାଯାଇଛି, ପୋଲିସକୁ ଦେଖି ଘଟଣା ସ୍ଥଳରୁ ମଦ ମାଫିଆ ଫେରାର୍ ହୋଇଯାଇଥିଲେ।