କେନ୍ଦ୍ରାପଡା: ମହିଳା ନିର୍ଯ୍ୟାତନା ବୃଦ୍ଧି,ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ କେନ୍ଦ୍ରାପଡ଼ା ମହିଳା ବିଜେଡି ତରଫରୁ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ
ମହିଳା ନିର୍ଯ୍ୟାତନା ବୃଦ୍ଧି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲା ମହିଳା ବିଜେଡି ତରଫରୁ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଏସପିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା,ଜିଲ୍ଲା ପରିଷଦ ଅଧକ୍ଷା ଲିଲିତା ଦାସ ତଥା ମହିଳା ବିଜେଡିର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l