ଢେଙ୍କାନାଳ ସଦର: ପୁରୁଣାକୋଟ ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ପୁରୁଣାକୋଟ ଗାଁ ବାବା ମଠ ନିକଟରେ ଦନ୍ତା ହାତୀ ବୁଲୁ ଥିବାର ଦେଖିବାକୁ ମିଳିଛି । ବିଗତ ଦିନମାନଙ୍କରେଏହି ହାତୀ ମଣିଷ ମାନଙ୍କୁ ଆକ୍ରମଣ କରୁଥିବାରୁ ଲୋକେ ଭୟଭୀତ ଅଛନ୍ତି । ହାତୀକୁ ଲୋକେ ପାଖ ଜଙ୍ଗଲରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କର୍ମଚାରୀ ନପହଂଚିବାରୁ ଗାଁ ଲୋକେ ରାତିରେ ଆତଙ୍କିତ ଅବସ୍ଥାରେ ଅଛନ୍ତି।