ଦେବଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଦେବଗଡ ସ୍ୱତନ୍ତ୍ର ଉପକାରାଗାର କର୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଦେବଗଡ ସ୍ୱତନ୍ତ୍ର ଉପକାରାଗାରରେ ଆଜି ଦିନ ପ୍ରାୟ ୨ ପର୍ଯ୍ୟନ୍ତ ବିଶ୍ୱ ମାନବାଧିକାର ଦିବସ ଓ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା ନ୍ୟାୟାଳୟ ରେଜିଷ୍ଟ୍ରାର ବିଶ୍ୱଜିତ ମହାପାତ୍ର,ଦେବଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରୁଦ୍ର ପ୍ରକାଶ ନାୟକ,ଦେବଗଡ ସ୍ୱତନ୍ତ୍ର ଉପକାରାଗାରର ଅଧିକ୍ଷୀକା ସସ୍ମିତା ଅଞ୍ଜନ ଲାକ୍ରା ଥିଲେ।