ଇନରହ୍ୱିଲ କ୍ଲବ ସମ୍ବଲପୁର ହେଣ୍ଡଲୁମ ସିଟି ପକ୍ଷରୁ ଦିପାବଳି ଉତ୍ସବ ଦାନିବନ୍ଧ ସ୍ଥିତ ଶିକ୍ଷା ନିକେତନ ଠାରେ ପାଳିତ କରାଯାଇଛି । ଶନିବାର ବସ୍ତି ଛୁଆ ମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷା ନିକେତନ ଠାରେ କ୍ଲବର ସଦସ୍ୟ ମାନେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ଝିରଝିରି, ଚକ୍ରି ଆଦି ବିଭିନ୍ନ ପ୍ରକାରର ସବୁଜ ବାଣ, ଦୀପ, ଖାଦ୍ୟ ଓ ଚକଲେଟ ଆଦି ପ୍ରଦାନ କରିଥିଲେ । ଉତ୍ସବ ଋତୁରେ ଛୁଆ ମାନଙ୍କୁ କିଛି ଖୁସିର ସମୟ ଦେବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟା ମାନେ ଛୁଆ ମାନଙ୍କ ସହିତ ମିଶି ଦିପାବଳି ପାଳନ କରିଥିଲେ ।