ଯୋଡା: ବଡ଼ବିଲସ୍ଥିତ ଲକି ଇଣ୍ଡିଆ ହୋଟେଲ ଷ୍ଟାଫ୍ କ୍ୱାର୍ଟରରୁ ଆସିଷ୍ଟାଣ୍ଟ ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବଡ଼ବିଲସ୍ଥିତ ଲକି ଇଣ୍ଡିଆ ହୋଟେଲ ଷ୍ଟାଫ୍ କ୍ୱାର୍ଟରରୁ ବୁଧବାର ଜଣେ ଆସିଷ୍ଟାଣ୍ଟ ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଯାଜପୁର ବରି ଅରଙ୍ଗାବାଦ ଅଞ୍ଚଳର ପବିତ୍ର କିଶୋର ଦାସ ବୋଲି ଜଣାପଡିଛି। ମୃତ୍ୟୁ ଖବର ଶୁଣି ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ଷ୍ଟାଫ ରୁମର ସିଲିଂ ଫ୍ୟାନରୁ ପୋଲିସ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ତେବେ ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିଥିବା ବେଳେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।