କାକଟପୁର: ଅସ୍ତରଙ୍ଗ ଦୁର୍ଗା ମଣ୍ଡପ ଶହ ମୀନା ବଜାର ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଙ୍କ ଠାରୁ ଚୋରି କରୁଥିବା ବେଳେ ୩ ଜଣକୁ ବାନ୍ଧିଲା ପୋଲିସ
Kakatpur, Puri | Oct 6, 2025 ଲୁଟ କରୁଥିବା ବେଳେ ଧରା ପଡିଲେ ପତି, ପତ୍ନୀ ଓ ସହଯୋଗୀ :-ଭଙ୍ଗା ବ୍ଲେଡ ସହ ସୁନା, ଟଙ୍କା ଓ ଦୁଇ ଚକିଆ ଗାଡି ଜବତ :-ସାବଧାନ !ମାତିଛନ୍ତି ଲେଡି ଗ୍ୟାଙ୍କଷ୍ଟାର କାକଟପୁର /ଅସ୍ତରଙ୍ଗ :-୦୬/୧୦:-ପୂଜାର ମାହୋଲରେ ଲୁଟେରାଙ୍କ ଆତଙ୍କରାଜ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦୁର୍ଗା ମଣ୍ଡପ ନିକଟରେ ମା "ଙ୍କୁ ଦର୍ଶନ କରିବା ସହ ମୀନା ବଜାର ବୁଲୁଥିବା ସମୟରେ କୁନି ଝିଅ ବେକ ରେ ବ୍ଲେଡ ମାରି ସୁନା ଲକେଟ ଲୁଟ କରିଥିବା ଅଭିଯୋଗ ରେ ପତି, ପତ୍ନୀ ଓ ସହଯୋଗୀ ଙ୍କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ। ଗହଳି ସୁଯୋଗ ନେଇ ଲୁଟ କରିଛନ୍ତି ଅପରାଧୀ। ଫଳରେ ଲୁଟପାଟର ଶିକାର ହୋଇଛନ୍ତି ପୂଜା ବୁଲିବାକୁ ଆସ