ଲାଞ୍ଜିଗଡ: ସମସ୍ୟା ଘେରରେ କଡ୍ରୁସୋରୁ ଗାଁ, ସ୍ୱାସ୍ଥ୍ୟ, ଶିକ୍ଷା,ବିଜୁଳି, ପାନୀୟ ଜଳ ଓ ରାସ୍ତା ସାତ ସପନ l
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ କଡ୍ରୁସୋରୁ ଗାଁ l ପଞ୍ଚାୟତ ମୁଖ୍ୟାଳୟ ଠାରୁ ଏହି ଗାଁ ହାରାହାରି ୮୦ କିମି ହେଉଥିବା ବେଳେ ବ୍ଲକ କାର୍ଯ୍ୟାଳୟ ଠାରୁ ୬୪ କି.ମି ହେଉଛି ଯାହାଫଳରେ ଏମାନେ ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବାରେ ମୁସ୍କିଲ ହୋଇପଡୁଛି l ଗାଁରେ ଦୁଇଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପ ଅଚଳ ହୋଇ ଦୁଇ ବର୍ଷ ହେଲା ନଳକୂପ ମରାମତି ହେଉ ନ ଥିବା ବେଳେ ଅନ୍ୟ ଏକ ନଳକୂପ ପାହାଡି ଜାଗା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳି ପାରୁନାହିଁ।