ଧରାକୋଟ: ରେଡ୍ଡୀ ଦାମୋଦରପଲି ଶଙ୍କର ରେଡ୍ଡୀ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦରପଲି ଗ୍ରାମରେ ପୂର୍ବ ଶତ୍ରୁତା ଓ ଧର ଟଙ୍କା ମାଗିବା ଘଟଣାକୁ ନେଇ ଗତ 5 ତାରିଖ ରାତି ରେ ସେହି ଗ୍ରାମର ଶଙ୍କର ଓରଫ କାଳୀଆ କୁ ଛୁରୀ ଭୂଷି ହତ୍ୟା କରାଯାଇଥିଲା । ଘଟଣା ସମ୍ପର୍କରେ ମୃତ ଶଙ୍କର ର ଭାଇ ସଞ୍ଜୀବ ରେଡ୍ଡୀ ଧରାକୋଟ ଥାନାରେ ଏତଲା ଦେଇଥିଲେ । ହତ୍ୟା କାଣ୍ଡ ରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ରମେଶ ରେଡ୍ଡୀ ଓ ତାର ସହଯୋଗୀ ସୁରେନ୍ଦ୍ର କୁମାର ରେଡ୍ଡୀ କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।